ରିପୋର୍ଟ କାର୍ଡ / ବାଲେଶ୍ଵର
ବାଲେଶ୍ୱର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ କର୍ଫ୍ୟୁ ଜାରିରହିଛି | ଗୁରୁବାର କର୍ଫ୍ୟୁରେ ସାମାନ୍ୟ କୋହଳ କରାଯାଇଥିବା ବେକେ, ଇଣ୍ଟରନେଟ୍ ସେବା ବନ୍ଦ ଆଦେଶକୁ ଜୁନ୍ ୨୨ ତାରିଖ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୋବାଇଲ ଇଣ୍ଟରନେଟ୍, ଡାଟା ସେବା, ବ୍ରଡ୍ ବ୍ୟାଣ୍ଡ ଉପରେ କଟକଣାକୁ ବି ଆଉ ୪୮ ଘଣ୍ଟା ପାଇଁ ବଢ଼ାଯାଇଛି । ତେବେ ଜରୁରୀ ସେବା ପାଇଁ ବାଲେଶ୍ବର ପୌରପାଳିକା ଅଞ୍ଚଳରେ ଇଣ୍ଟରନେଟ ଲିଜ ଲାଇନ ଖୋଲା ରହିବ। ଗୁରୁବାର ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ ଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଲୋକେ ଭିଡ଼ ଜମାଇଥିଲେ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲେଶ୍ୱରରେ ୫ କମ୍ପାନୀ ବିଏସ୍ଏଫ୍ ଫୋର୍ସ ପହଞ୍ଚିଛନ୍ତି।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……