Report Card Odisha

| Daily Odia News

ଆସନ୍ତାକାଲିଠାରୁ ଲୋକସଭା ଅଧିବେଶନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ଜୁନ୍ ୨୪ରୁ ଲୋକସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଗୃହ ଆରମ୍ଭରୁ ସଂସଦ ଅଚଳ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ଗୋଟିଏ ପଟେ ସରକାରଙ୍କ ପ୍ରାଥମିକତା ହେଉଛି ନୂତନ ଲୋକସଭା ବାଚସ୍ପତି ନିର୍ବାଚନ, ସଦସ୍ୟଙ୍କ ଶପଥ ଗ୍ରହଣ, ରାଷ୍ଟ୍ରପତିଙ୍କ ଉଭୟ ସଂସଦକୁ ମିଳିତ ସମ୍ବୋଧନ ଏବଂ ଏହା ଉପରେ ଧନ୍ୟବାଦ ଆଲୋଚନା। ଅନ୍ୟପକ୍ଷରେ, ବିରୋଧୀ ନିଜର କଡ଼ା ଆଭିମୁଖ୍ୟ ନେଇ ଲକ୍ଷ୍ୟ ସ୍ପଷ୍ଟ କରିବା ଆରମ୍ଭ କରିଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗରେ ସରକାରଙ୍କ ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ବିରୋଧୀ ପକ୍ଷରୁ କୁହାଯାଇଛି। ଏଥର ନିମ୍ନ ଗୃହ ଲୋସଭାରେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ମଧ୍ୟ ସଶକ୍ତ ହୋଇଛନ୍ତି। ଗୃହରେ ଶାସକ ଏନଡିଏର ଶକ୍ତି ୨୯୩ ଥିବାବେଳେ ବିରୋଧୀ ଶିବିରର ଶକ୍ତି ୨୩୨ ରହିଛି। ଏହି ଅଧିବେଶନରେ ପ୍ରୋଟେମ୍ ବାଚସ୍ପତି ୨୪ ଓ ୨୫ ଜୁନ୍‌ରେ ଲୋକସଭାର ସମସ୍ତ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ଲୋକସଭା ବାଚସ୍ପତିଙ୍କ ନିର୍ବାଚନ ୨୬ ଜୁନ୍‌ରେ ଅନୁଷ୍ଠିତ ହେବ। ଏଥର ଲୋକସଭାକୁ ବାଚସ୍ପତିଙ୍କ ସହ ଉପବାଚସ୍ପତି ମଧ୍ୟ ମିଳିବ। ୧୭ ତମ ଲୋକସଭାରେ କୌଣସି ଉପବାଚସ୍ପତି ନଥିଲେ। ଆଲୋଚନା ହେଉଛି ଯେ ଏଥର ବିରୋଧୀ ଏହି ପଦ ପାଇପାରନ୍ତି।

Breaking News