ରିପୋର୍ଟ କାର୍ଡ / ଗଜପତି
ମୋବାଇଲ ବ୍ୟାଟେରି ଫାଟି ଦୁଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲଖାରୀ ଗାଁରେଏହି ଅଘଟଣ ଘଟିଛି । ଆହତ ଦ୍ୱୟ ହେଲେ ଲଖାରୀ ଗାଁର ନମିତା ରାଇକା ଓ ସୁଶୀଳା ରାଇକା । ଗତକାଲି ରାତିରେ ଦୁଇ ନାବାଳିକା ଭଉଣୀ ବସି ଘରେ ମୋବାଇଲ ଦେଖୁଥିଲେ। ଏହି ସମୟରେ ହଠାତ୍ ମୋବାଇଲ ବ୍ୟାଟେରି ଫାଟି ଯାଇଥିଲା। ଫଳରେ ଉଭୟଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି। ପରିବାର ଲୋକେ ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଉଭୟ ଡାକ୍ତରଖାନାର ଚିକିତ୍ସାଧୀନ ଅଛନ୍ତି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….