Report Card Odisha

| Daily Odia News

ୱାୟନାଡ ଆସନ ଛାଡ଼ିବା ପରେ ଭାବପ୍ରବଣ ଚିଠି ଲେଖିଲେ ରାହୁଲ ଗାନ୍ଧି…..

1) Rahul Gandhi. File Photo: Manorama Online. 2) Screengrab of Rahul Gandhi's post/ Facebook.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୱାୟନାଡ ଆସନ ଛାଡ଼ିବା ପରେ ଭାବୁକ ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଆସନ ଛାଡିବା ପରେ ୱାୟନାଡବାସିନ୍ଦାଙ୍କ ପାଇଁ ଲେଖିଛନ୍ତି ସ୍ବତନ୍ତ୍ର ଚିଠି। ଯାହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ନିଜର କଠିନ ସମୟରେ ୱାୟନାଡବାସୀ ଦେଇଥିବା ଭଲପାଇବା ଓ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାହୁଲ। ଚିଠିରେ ରାହୁଲ ନିଜ ଭାବ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ‘‘ଆପଣମାନେ ମୋତେ ଆଶାଠୁ ଅଧିକ ଭଲପାଇବା ଦେଇଛନ୍ତି। ଆପଣମାନେ କେଉଁ ଧର୍ମର, କେଉଁ ରାଜନୈତିକ ପାର୍ଟିକୁ ସମର୍ଥନ କରନ୍ତି କିମ୍ବା କେଉଁ ଭାଷା କୁହନ୍ତି ତାହା ମୋତେ କିଛି ଫରକ ପକାଇ ପାରିନାହିଁ। ଆପଣଙ୍କ ଭଲପାଇବା ତଥା ସମର୍ଥନ ଯୋଗୁ ମୁଁ ମୋ’ ଆତ୍ମବିଶ୍ୱାସ ଫେରିପାଇଛି । ତେଣୁ ଆପଣମାନେ ମୋ’ ପରିବାର । ମୁଁ ବାହାରୁ ଆସିଥିଲେ ବି ଆପଣମାନେ ମୋତେ ନିଜର କରି ନେଇଥିଲେ। ଆପଣାମାନେ ଅବିଶ୍ୱାସ କରୁଥିବାର ଗୋଟିଏ ବି ମୁହୂର୍ତ୍ତ ମୁଁ ଜାଣିପାରିନି। ଏହି ଆସନ ଛାଡ଼ି ମୁଁ ଖୁବ୍ ଦୁଃଖିତ’’ ବୋଲି ଲେଖିଛନ୍ତି ରାହୁଲ। ଏଥିସହ ସେ ଲେଖିଛନ୍ତି, ଆପଣମାନେ ପ୍ରିୟଙ୍କାକୁ ଥରେ ସୁଯୋଗ ଦିଅନ୍ତୁ, ସେ ଆପଣମାନଙ୍କ ସେବା ପାଇଁ ସବୁ କିଛି କରିପାରିବେ। ଆପଣଙ୍କ ସାଂସଦ ହିସାବରେ ସେ ଲୋକସଭାରେ ଆପଣଙ୍କ ଦାବି ଉପସ୍ଥାପିତ କରି ସମସ୍ୟାର ସମାଧାନ କରିପାରିବେ । ରାହୁଲ ଗାନ୍ଧି ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶର ରାଏବରେଲୀ ଆସନ ଓ କେରଳର ୱାୟନାଡରୁ ନିର୍ବାଚିତ ହୋଇଥିଲେ। ମାତ୍ର ନିୟମ ଅନୁଯାୟୀ, ଫଳାଫଳ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନ ରଖି ଗୋଟିଏ ଛାଡ଼ିବାକୁ ପଡ଼ିବ । ଫଳରେ ରାହୁଲ ଗାନ୍ଧି ରାଏବରେଲୀ ଆସନକୁ ନିଜ ପାଖରେ ରଖିଥିବା ବେଳେ ୱାୟନାଡ ଆସନ ଛାଡ଼ି ଦେଇଛନ୍ତି। ଏହି ଆସନରୁ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ନିଜ ରାଜନୈତିକ କ୍ୟାରିଅରର ଡେବ୍ୟୁ କରିବେ।

Breaking News