ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜରାସ୍ତାରେ କଙ୍ଗାରୁ କୋର୍ଟ ବସାଯାଇ ଜଣେ ପୁରୁଷ ଓ ମହିଳାଙ୍କୁ ମାଡମାରିଛନ୍ତି ଟିଏମସି ନେତା। ପ୍ରବଳ ମାଡ଼ ଯୋଗୁ ମହିଳାଜଣକ ବେହୋସ ହୋଇଯିବାରୁ ଅଭିଯୁକ୍ତଜଣକ ତାଙ୍କ ଚୁଟିକୁ ଟାଣି ଲାତ ମାରିବାକୁ ପଛାଇଲେ ନାହିଁ। ସମସ୍ତେ ଏହାର ଦେଖଣାହାରୀ ସାଜିଥିଲେ ବି କେହି ପାଟି ଫିଟାଇବାକୁ ସାହସ କଲେନି। ଏପରି ଅମାନବୀୟ କାଣ୍ଡ ପଶ୍ଚିମବଙ୍ଗର ଉତ୍ତର-ଦିନାଜପୁର ଜିଲ୍ଲାର ଚୋପ୍ରା ବ୍ଲକର ଦିଘଲଗାଁରେ ଘଟିଛି। ଗତ ସପ୍ତାହରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିପିଏମ୍ ଓ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଏହାପରେ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଟିଏମ୍ସି ନେତା ତେଜମୁଲ୍ ଓରଫ ଜେସିବିଙ୍କୁ ବାନ୍ଧିଛି। ଜେସିବିଙ୍କ ନାଁରେ ପୂର୍ବରୁ ବି ହତ୍ୟା ମାମଲା ସମେତ ବହୁ ସଙ୍ଗୀନ ମାମଲା ରୁଜୁ ହୋଇଥିବା ବେଳେ ସେ ଚୋପ୍ରା ବିଧାୟକ ହମିଦୁଲ୍ଲ ରହମାନଙ୍କ ପାଖ ଲୋକ ବୋଲି ଜଣାଯାଇଛି। ଏକ ପ୍ରେମୀ ଯୁଗଳଙ୍କୁ ବାନ୍ଧି ଏପରି ଅମାନବୀୟ ଭାବେ ପିଟିଛନ୍ତି ଟିଏମସି ନେତା। ମହିଳାଜଣକ ବିବାହିତ ହୋଇଥିବା ବେଳେ ଅନ୍ୟତ୍ର ତାଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ଏହାପରେ ଉକ୍ତ ମହିଳା ଓ ଜଣେ ପୁରୁଷଙ୍କୁ ଟାଣି ଆଣି ଶହ ଶହ ଲୋକଙ୍କ ଉପସ୍ଥିତିରେ ପିଟିଥିଲେ ଜେସିବି। କଂଗ୍ରେସ ଏହି ମାମଲାକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିବା ସହ ଏହାର ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ମହିଳାଙ୍କୁ ମାରପିଟ କରିବା ଘଟଣାକୁ କେବେ ବି ବରଦାସ୍ତ କରାଯିବନି। ପଶ୍ଚିମବଙ୍ଗରେ ଯେଉଁପରି ହିଂସାତ୍ମକ ଘଟଣା ସାମନାକୁ ଆସୁଛି ଦେଶର ଅନ୍ୟ କୌଣସି ପ୍ରାନ୍ତରେ ଏପରି ଘଟଣା ଘଟୁନି। ମହିଳାଙ୍କୁ ଆକ୍ରମଣ କରିବା ନିମନ୍ତେ କାହାରି ପାଖରେ ଅଧିକାର ନାହିଁ। ଏହା ମମତା ବାନାର୍ଜୀଙ୍କ ଶାସନର ଘୃଣ୍ୟ ଚେହେରା। ଭିଡ଼ିଓରେ ଦବଙ୍ଗଗିରି ଦେଖାଉଥିବା ବ୍ୟକ୍ତିଜଣକ ଜଣେ ଟିଏମସି ନେତା। କେବଳ ସେତିକି ନୁହେଁ ସଆ ଚୋପ୍ରା ବିଧାୟକଙ୍କ ବେଶ୍ ଖାସ୍ ଲୋକ ମଧ୍ୟ






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……