ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ୧୯ କିଲୋଗ୍ରାମ୍ର ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଉପରେ ୩୦ ଟଙ୍କା ମୂଲ୍ୟ ହ୍ରାସ କରିଛନ୍ତି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ। ଘୋଷଣା ହେବା ସହିତ ସଂଶୋଧିତ ହାର ତୁରନ୍ତ କାର୍ଯ୍ୟକାରୀ ହୋଇଛି। ନୂଆଦିଲ୍ଲୀରେ ଏବେ ଏକ ବାଣିଜ୍ୟିକ ସିଲିଣ୍ଡରର ସଂଶୋଧିତ ମୂଲ୍ୟ ୧,୬୪୬ ଟଙ୍କା। ଯାହା ପୂର୍ବରୁ ଥିବା ୧,୬୭୬ଟଙ୍କାଠାରୁ ୩୦ ଟଙ୍କା କମ୍। ସେହିପତି ମୁମ୍ବାଇରେ ଏହାର ମୂଲ୍ୟ ୧,୬୨୯ରୁ ୧,୫୯୮ଟଙ୍କାକୁ ହ୍ରାସ ପାଇଛି। ଦର ହ୍ରାସ ପାଇବା ପରେ ଚେନ୍ନାଇରେ ଏବେ ଏକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୮୦୯ ଟଙ୍କା ଏବଂ କୋଲକାତାରେ ୧,୭୫୬ ହୋଇଛି। ଯାହା ପୂର୍ବରୁ ଯଥାକ୍ରମେ ୧,୮୪୦ ଏବଂ ୧,୭୮୭ ଟଙ୍କା ରହିଥିଲା। ଜୁନ୍ ୧ ତାରିଖରେ ବାଣିଜ୍ୟିକ ଏଲପିଜି ଦର ପ୍ରାୟ ୬୯ ଟଙ୍କା ହ୍ରାସ ପାଇଥିଲା ଏବଂ ତା’ପୂର୍ବରୁ ମେ ୧ ତାରିଖରେ ସିଲିଣ୍ଡର ପିଛା ୧୯ ଟଙ୍କା ହ୍ରାସ ପାଇଥିଲା।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..