Report Card Odisha

| Daily Odia News

ସୁକିନ୍ଦା ଖଣି ଅଞ୍ଚଳରେ ୧୪୪ ଧାରା ଜାରି……

ରିପୋର୍ଟ କାର୍ଡ / ସୁକିନ୍ଦା

ସୁକିନ୍ଦା ଖଣି ଅଞ୍ଚଳରେ ଆଜିଠୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ଏହି ୧୪୪ ଧାରା ଜାରି କରିଛନ୍ତି । କିନ୍ତୁ ସରକାରୀ କର୍ମଚାରୀ ଓ ଖଣି କର୍ମଚାରୀମାନେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଯିବା ଆସିବା କରିପାରିବେ।୧୫ରୁ ୨୦ ଦିନ ତଳେ ଖଣି ଅଞ୍ଚଳରେ ଦୁଇ ଶ୍ରମିକ ସଙ୍ଗଠନ ମଧ୍ୟରେ ପିଟାପିଟି ହୋଇଥିଲା। ଏଥିରେ ଜଣେ ଆହତ ହୋଇଥିଲା ବେଳେ ଗାଡ଼ି ଭଙ୍ଗାରୁଜା ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ କାଳିଆପାଣି ଥାନା ପୋଲିସ ମାଡ଼ ମାରିଥିବା ଗୋଷ୍ଠୀରୁ ୨ ଜଣଙ୍କୁ ଗିରଫ କରିଥିଲା। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଥିଲା। ଏହାକୁ ନେଇ ଶ୍ରମିକ ସଙ୍ଗଠନ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ଚାକାଜାମ୍‌ ଆନ୍ଦୋଳନ ଡାକରା ଦେଇଥିଲା ଶ୍ରମିକ ସଂଗଠନ। ଆଇନ୍‌ ଶୃଙ୍ଖଳା ସ୍ଥିତି ବିଗିଡ଼ା ଦୃଷ୍ଟିରେ ରଖି ଆଜି ସକାଳଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣି ଅଂଚଳର ୧୪୪ ଧାରା ଜାରି କରାଯାଇଛି। ଖଣି ଅଞ୍ଚଳରେ ୫୦୦ ମିଟର ଦୂରତା ଭିତରେ ୫ ଜଣ ବ୍ୟକ୍ତି ଏକତ୍ର ହୋଇପାରିବେ ନାହିଁ।ସରକାରୀ କର୍ମଚାରୀ, ଖଣି କର୍ମଚାରୀମାନେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଯିବା ଆସିବା କରିପାରିବେ। ଯଦି କେହି ୧୪୪ ଧାରା ଆଇନ୍‌କୁ ଅମାନ୍ୟ କରନ୍ତି, ତା’ହେଲେ ଆଇନ୍‌ ଅନୁସାରେ ଦଣ୍ଡିତ କରାଯିବ ବୋଲି କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ କହିଛନ୍ତି।

Breaking News