ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ବାର୍, ପବ୍ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ରାତି ତମାମ ଖୋଲୁଥିବା ବାର୍, ପବ୍ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବନ୍ଦ ନହେଲେ ପ୍ରଥମ ଚଢାଉରେ ଫାଇନ୍ ହେବ। ବାରମ୍ବାର ଉଲ୍ଲଂଘନ କଲେ ପବ୍, ବାର୍ ଲାଇସେନ୍ସ ବାତିଲ କରାଯିବ। ଅଧିକାରୀ ସଠିକ୍ ଭାବେ କାମ ନକଲେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..