ରିପୋର୍ଟ କାର୍ଡ / ଢେଙ୍କାନାଳ
ଲୋକଙ୍କ ଗମନାଗମନ ପାଇଁ ବିଜେଡି ସରକାର ଆରମ୍ଭ କରିଥିଲା ଲକ୍ଷ୍ମୀବସ୍ ଯୋଜନା । ବିଜେପି ସରକାର ଶାସନକୁ ଆସିବାପରେ ଦେଖାଯାଇଛି ଯେ ଲକ୍ଷ୍ମୀ ବସ୍ ଗୁଡ଼ିକ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି।ଆଉ ସେଥିରେ ଲକ୍ଷ୍ମୀ ବସ୍ ପରିବର୍ତ୍ତେ ଲେଖାହୋଇଛି ମୁଖ୍ୟମନ୍ତ୍ରୀ ବସ୍ ସେବା। ଢେଙ୍କାନାଳ ବସ୍ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସ୍କୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ନିର୍ବାଚନରେ ବିଜେଡି ପରାଜିତ ହେବା ପରଦିନ ରାତାରାତି ଲକ୍ଷ୍ମୀବସ୍ଗୁଡ଼ିକରୁ ‘ଶଙ୍ଖ’ ଲୋଗୋ ଷ୍ଟିକର ହଟାଇ ଦିଆଯାଇଥିଲା। ବସ ରୁ ରଙ୍ଗ ବଦଳିବା ନୂଆ ସରକାରଙ୍କ ନିର୍ଦ୍ଦେଶରେ ହୋଇଛିକି ନାହିଁ ତାହା ଜଣାପଡିନାହିଁ | ଗତ ଜାନୁଆରି ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳ ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୦ଟି ବସ୍ ୫୩ଟି ରୁଟ୍ରେ ଚାଲିବା ଲାଗି ସ୍ଥିର ହୋଇଥିଲା।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..