Report Card Odisha

| Daily Odia News

କେଜ୍ରିଓ୍ବାଲଙ୍କ ଆବେଦନ: ସିବିଆଇକୁ ନୋଟିସ କଲେ ଦିଲ୍ଲୀ ହାଇକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିବିଆଇ ଗିରଫଦାରି ବିରୋଧରେ ଦିଲ୍ଲା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହା ପରେ ଆଜି ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ନୀନା ବଂଶଲ କ୍ରିଷ୍ଣା ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ଉପସ୍ଥାପନ କରିଥିଲେ। ଅରବିନ୍ଦ କେଜ୍ରିୱାଲ ଜୁଲାଇ ୧ (ସୋମବାର) ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଏବଂ ସିବିଆଇର ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ। କେଜ୍ରିୱାଲଙ୍କୁ ଜୁନ୍ ୨୬ରେ ସିବିଆଇ ଗିରଫ କରିଥିଲା। ଏହାପରେ କୋର୍ଟ ତାଙ୍କୁ ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇ ଦେଇଥିଲେ। ଜୁନ୍ ୨୯ରେ ସିବିଆଇ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ତାଙ୍କୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କେଜ୍ରିଓ୍ବାଲ ଏବେ ତିହାର ଜେଲରେ ଅଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା। ସିଏମ୍ କେଜ୍ରିଓ୍ଵାଲ୍ ମଧ୍ୟ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ରାୟ ସଂରକ୍ଷିତ ରହିଛି।

Breaking News