ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଜଣେ ଟ୍ରାଫିକ ପୋଲିସ ଙ୍କ ଉପରେ ଟ୍ରକ୍ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭର ଗିରଫ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଡ୍ରାଇଭରକୁ ନୟାପଲ୍ଲୀ ଥାନା ପୋଲିସ ଧରିଥିବା ବେଳେ ଟ୍ରକ୍ ଜବତ କରିଛି । ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ର ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ଟ୍ରକ୍ଟି ଟ୍ରାଫିକ ପୋଲିସ କର୍ମଚାରୀ ମଧୁସୁଦନ କିର୍ସାନୀଙ୍କ ଉପରେ ଚଢ଼ି ଯାଇଥିଲା। ମଧୁସୁଦନ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଘଟିଥିଲା ଏହି ଦୁର୍ଘଟଣା। ଘଟଣା ସ୍ଥଳ ହିଁ ଟ୍ରାଫିକ ପୋଲିସଁ ଙ୍କର ମୃତ୍ୟୁ ହୋଇଥିଲା | କୌଣସି ଗାଡ଼ି ମଧୁସୂଦନଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିବା ଜଣାପଡ଼ିଥିଲା। ତେବେ କେଉଁ ଗାଡ଼ି ଏହି କାଣ୍ଡ ଘଟାଇଥିଲା, ତାହା ଜଣାପଡ଼ି ନଥିଲା। ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜି ଥିଲା ନୟାପଲ୍ଲୀ ଥାନା ପୋଲିସ | ଶେଷରେ ବାଙ୍କୀର ଗୋପାଳପୁର ଅଞ୍ଚଳରୁ ଟ୍ରକ୍ଟିକୁ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ। ତା’ ସହିତ ଟ୍ରକ୍ ଡ୍ରାଇଭରଙ୍କୁ ଧରିବାରେ ସଫଳ ହୋଇଛି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..