ରିପୋର୍ଟ କାର୍ଡ / ବାଲେଶ୍ଵର
ବାଲେଶ୍ୱର ସହରରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟାଯାଇଛି । ସ୍ଥିତି ସ୍ୱାଭାବିକ ହେବା ପରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ପ୍ରତ୍ୟାହୃତ ହୋଇଛି । ଜିଲ୍ଲାପାଳ ଆଶିଷ ଠାକରେ କର୍ଫ୍ୟୁ ହଟିବା ନେଇ ସୂଚନା ଦେଇଛନ୍ତି। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ସହରରେ କର୍ଫ୍ୟୁ ଲାଗିଥିଲା। ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେବା ପରେ କୋହଳ ହୋଇଥିଲା କଟକଣା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରୁ କର୍ଫ୍ୟୁ ହଟାଯାଇଥିଲା। ଆଜି ସହରରୁ କର୍ଫ୍ୟୁ ସଂପୂର୍ଣ୍ଣ ପ୍ରତ୍ୟାହୃତ ହୋଇଛି। ଘଟଣାରେ ୪୫ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି | ସୂଚନା ଅନୁସାରେ-ଗତ ୧୭ ତାରିଖ ସୋମବାର ବାଲେଶ୍ୱର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……