Report Card Odisha

| Daily Odia News

ଆସାମରେ ବନ୍ୟାସ୍ଥିତି ଗମ୍ଭୀର, ୩୮ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି | ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବନ୍ୟା ଯୋଗୁଁ ୬.୭୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୨୨୦୮ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ମଙ୍ଗଳବାର ଭାରତୀୟ ବାୟୁସେନା ଦିବ୍ରୁଗଡ ଜିଲ୍ଲାରେ ବନ୍ୟା ଘେରରେ ଫସି ରହିଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି । ରାଜ୍ୟରେ ବ୍ରହ୍ମପୁତ୍ର ସମେତ ୧୩ଟି ବୃହତ ନଦୀରେ ଜଳସ୍ତର ଏକାଧିକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଇତିମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ରାଜ୍ୟରେ ଆସାମ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନଡିଆରଏଫ୍‌, ଅର୍ଦ୍ଧସାମରିକ ବାହିନୀ ଯବାନ ଏବଂ ବାୟୁସେନାକୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି । ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ୭୨ଟି ରିଲିଫ ଶିବିର ଖୋଲାଯାଇଥିବାବେଳେ ସେଥିରେ ପ୍ରାୟ ୮୧୪୨ ଜଣ ଆଶ୍ରୟ ନେଇଛନ୍ତି ।

Breaking News