ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧିଙ୍କ ପୋଷ୍ଟରକୁ ଗୋବର ମାଡ଼ କରିବା ଘଟଣାରେ ସମ୍ପୃକ୍ତ ବିଜେପି କର୍ମୀମାନଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଚେତାବନୀ ଦେଇଛନ୍ତି । ଘଟଣାରେ ଆକ୍ରମଣକାରୀମାନଙ୍କୁ ୭୨ଘଣ୍ଟା ମଧ୍ୟରେ ପୋଲିସ ଗିରଫ ନକଲେ ରାଜ୍ୟବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ ବୋଲି ତାରା କହିଛନ୍ତି । ଏପରିକି ଆବଶ୍ୟକ ପଡ଼ିଲେ ୨୦ହଜାର ଯୁବଛାତ୍ରଙ୍କ ସହ ବିଜେପି ପାର୍ଟି ଅଫିସରେ ଧସେଇ ପଶିବୁ ବୋଲି ତାରା ଚେତାବନୀ ଦେଇଛନ୍ତି । ପୋଲିସ କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭବେଳେ ବିଜେପି ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ଜୟଦେବ ଜେନା, ଶରତ ରାଉତ ଓ ଅନ୍ୟମାନେ କ୍ୟାପିଟାଲ ଥାନାରେ ପହଂଚି ଏଫଆଇଆର ଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ପ୍ରତି ଓଡ଼ିଶା ବିଜେପିର ଏଭଳି ବ୍ୟବହାରକୁ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..