Report Card Odisha

| Daily Odia News

ସିଲିଣ୍ଡର ବିସ୍ଫୋରଣରେ ଉଡିଲା ଛାତ……

ରିପୋର୍ଟ କାର୍ଡ / ଖଣ୍ଡପଡା

ଫ୍ୟାନରୁ ସର୍ଟ ସର୍କିଟ୍ ପରେ ଘରେ ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି| ବିସ୍ଫୋରଣରେ ଘରର ଛାତ ଉଡିଯାଇଛି। ଏହି ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର। ନୟାଗଡ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ କ୍ଵାର୍ଟର୍ସରେ ଏହି ଅଗ୍ନିକାଣ୍ଡ ଘଟିଛି। ରାତି ୩ଟାବେଳେ ଏହି ଘଟଣା ଘଟିଛି। ଘରେ ଶୋଇଥିଲେ ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ଦାସ , ତାଙ୍କ ପତ୍ନୀ ଏବଂ ୩ ପିଲା ଏବଂ ମାଆ। ହଠାତ୍ ମାଆ ଶୋଇଥିବା ରୁମରେ ଥିବା ଫ୍ୟାନରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଦେଖୁ ଦେଖି ଚାରିଆଡେ ବ୍ୟାପି ଯାଇଥିଲା ନିଆଁ। ସମସ୍ତେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ନିଆଁରେ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶଦ୍ଦ ହେବା ସହ ଘରର ଛାତ ଉଡିଯାଇଥିଲା। ନିଆଁରେ କୈଳାଶ , ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ଖବର ପାଇ ଭାପୁର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Breaking News