ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ମହିଳାଙ୍କୁ ଏକ ଅଜଗର ଗିଳି ଦେଇଛି। ଏଭଳି ଘଟଣା ଘଟିଛି ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସି ପ୍ରଦେଶରେ| ଏହି ଅଞ୍ଚଳରେ ରହୁଥିବା ସିିରିଆଟି ନାମକ ଜଣେ ମହିଳା ନିଜ ଅସୁସ୍ଥ ପିଲା ପାଇଁ ଔଷଧ ଆଣିବାକୁ ଯାଉଥିଲେ। ତେବେ ସେ ଦୀର୍ଘସମୟ ଧରି ନ ଫେରିବାରୁ ତାଙ୍କ ସ୍ବାମୀ ଆଡିଆନ୍ସା ଓ ଅନ୍ୟ ସମ୍ପର୍କୀୟ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ। ସିରିଆଟିଙ୍କ ଚପଲ ଘର ଠାରୁ ପ୍ରାୟ ୫୦୦ ମିଟର ଦୂରରେ ପଡ଼ିଥିବା ନେଇ ଆଡିଆନ୍ସା ଦେଖିବାକୁ ପାଇଥିଲେ। ଚପଲ ପଡ଼ିଥିବା ସ୍ଥାନରୁ କିଛିଦୂରରେ ଏକ ଅଜଗର ଶୋଇ ରହିଥିବା ଏବଂ ତା’ ପେଟ ଅସ୍ବାଭାବିକ ଭାବେ ଫୁଲି ଯାଇଥିବା ଆଡିଆନ୍ସା ଦେଖିଥିଲେ। ଅଜଗରର ଏପରି ଅବସ୍ଥାକୁ ଦେଖି ଆଡିଆନ୍ସାଙ୍କ ସନ୍ଦେହ ହେବାରୁ ସେ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଗ୍ରାମବାସୀ ଅଜଗରର ପେଟ କାଟି ତା’ ଭିତରେ ଥିବା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସୂଚନାଥାଉ କି ଗତମାସରେ ଅନ୍ୟ ଜଣେ ମହିଳାଙ୍କୁ ଏକ ଅଜଗର ଗିଳି ଦେଇଥିଲା।






More Stories
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..