Report Card Odisha

| Daily Odia News

୮ କ୍ୟାବିନେଟ୍‌ କମିଟି ଗଠନ କଲେ କେନ୍ଦ୍ର ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ୮ଟି କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିମଧ୍ୟରୁ ଅଧିକାଂଶ କମିଟିରେ ମୁଖ୍ୟ ଅଛନ୍ତି। ସରକାର ନିଯୁକ୍ତି, ଆବାସ, ଅର୍ଥନୈତିକ ବ୍ୟାପାର, ସଂସଦୀୟ ବ୍ୟାପାର, ରାଜନୈତିକ ବ୍ୟାପାର, ସୁରକ୍ଷା, ବିନିଯୋଗ ଏବଂ ବିକାଶ, ଦକ୍ଷତା, ନିଯୁକ୍ତି ଓ ଜୀବିକା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଅଛନ୍ତି। ଆବାସ ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ ମଧ୍ୟ ଶାହ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ୍‌ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଛନ୍ତି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିରେ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଶାହ, ଗଡ଼କରୀ, ସୀତାରମଣ, ଗୋୟଲ , କୃଷି ଏବଂ କୃଷି ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଭାରୀ ଶିଳ୍ପ ମନ୍ତ୍ରୀ ଏଚଡି କୁମାରସ୍ବାମୀ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ ରାଜୀବ ରଂଜନ ସିଂହ ଅଛନ୍ତି। ସଂସଦୀୟ ବ୍ୟାପାର କ୍ୟାବିନେଟ୍‌ କମିଟିରେ ରାଜନାଥ ସିଂହ, ରାଜୀବ ରଂଜନ ସିଂହ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ନାଇଡ଼ୁ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲ ଏବଂ ଗୃହମନ୍ତ୍ରୀ ଶାହ ଅଛନ୍ତି। ରାଜନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିରେ ରାଜନାଥ ସିଂହ, ଶାହ, ଗଡ଼କରୀ, ନଡ୍ଡା, ସୀତାରମଣ, ଗୋୟଲ , ରିଜିଜୁଙ୍କ ସମେତ ୧୩ ଜଣ ମନ୍ତ୍ରୀ ଅଛନ୍ତି। ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ ରାଜନାଥ ସିଂହ, ଶାହ, ସୀତାରମଣ ଏବଂ ଜୟଶଙ୍କର ଅଛନ୍ତି। ବିନିଯୋଗ ଏବଂ ବିକାଶ ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ ମୋଦୀ, ଶାହ, ଗଡ଼କରୀ, ସୀତାରମଣ, ଗୋୟଲଙ୍କ ସମେତ ୧୨ ଜଣ ମନ୍ତ୍ରୀ ଅଛନ୍ତି। ଦକ୍ଷତା, ନିଯୁକ୍ତି ଏବଂ ଜୀବିକା ନିର୍ବାହ କ୍ୟାବିନେଟ୍‌ କମିଟିରେ ମୋଦୀ, ରାଜନାଥ, ଶାହ, ସୀତାରମଣ, ଗୋୟଲ, ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ, ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଅଛନ୍ତି।

Breaking News