ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡିରେ ଆରମ୍ଭ ହୋଇଥିବା ଆଭ୍ୟନ୍ତରୀଣ କନ୍ଦଳରେ ହସ୍ତକ୍ଷେପ କରିଛନ୍ତି ଭୁବନେଶ୍ୱର ବିଜେଡ଼ି ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ। ବିଜେଡି କର୍ପୋରେଟରଙ୍କ କଳି ବଢ଼ୁଥିବାରୁ ଦଳୀୟ ସଂଗଠନ ତରଫରୁ ହୁଇପ୍ ଜାରି ହୋଇଛି। ଦଳୀୟ ଅନୁମତି ନନେଇ କେହି ଗଣମାଧ୍ୟମରେ କୌଣସି ପ୍ରକାର ବକ୍ତବ୍ୟ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ବିଜେଡିରେ ବୃଦ୍ଧି ପାଉଥିବା ଅନ୍ତଃକନ୍ଦଳରେ ବ୍ରେକ୍ ଲଗାଇବାକୁ ବିଜେଡି କର୍ପୋରେଟରଙ୍କୁ ତାଗିଦ କରିଛନ୍ତି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତ। ଦଳୀୟ ନିର୍ଦ୍ଦେଶ ବିନା କେହି ମୁହଁ ନ ଖୋଲିବାକୁ ଶ୍ରୀ ରାଉତ କହିଛନ୍ତି। ଦଳର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଗତ ଦୁଇଦିନ ଧରି ଗଣମାଧ୍ୟମ ଆଗରେ ଦଳୀୟ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ବୟାନଦେଉଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର। ଦଳର ୨୨ କର୍ପୋରେଟର କାହା ନିର୍ଦ୍ଦେଶରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରିଥିଲେ | ଏଥିପାଇଁ ସେମାନେ ଦଳର ସଭାପତି କି ଜିଲ୍ଲା ସଭାପତିଙ୍କ ଅନୁମତି ନେଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ପାଇଁ ଦଳର ନିର୍ଦ୍ଦେଶ ନ ଥିବା ବେଳେ ସେମାନେ ଏପରି କରିଛନ୍ତି। ଜଣେ ହାରିଥିବା ଓ ଜଣେ ଜିତି ଥିବା ବିଧାୟକ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରଞ୍ଚି ମହାସୂପକାର।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….