ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ସବ ଏସଆଇ ବିବେକାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। କୁଜଙ୍ଗ ଥାନା ଷଣ୍ଢପୁର ଗାଁର ସରୋଜ ସ୍ଵାଇଁଙ୍କୁ ଜାମିନ ଦେବା ପାଇଁ ଟଙ୍କା ଦାବି କରିବା ସହିତ ଦୁଇ ମାସ ହେଲା ଥାନାକୁ ଅକାରଣେ ଦୌଡ଼ାଉଥିଲେ। ଆଜି ଥାନା ଭିତରେ ସରୋଜଙ୍କ ଜାମିନଦାର ମାଧ୍ୟମରେ ଟଙ୍କା ନେଇ ଯାଉଥିଲେ। ସେଇସମୟରେ ଏସଆଇ ବିବେକାନନ୍ଦ ସାହୁଙ୍କୁ ଷଣ୍ଢପୁର ଛକ ନିକଟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ଏସଆଇ ବିବେକାନନ୍ଦ ସାହୁତାଙ୍କ ଠାରୁ ନଗଦ ଟଙ୍କା ଜବତ କରିବା ସହିତ ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି। ଏହି ଘଟଣାକୁ ନେଇ ବିବେକାନନ୍ଦ ସାହୁଙ୍କର ତିନୋଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରହିଛି।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..