ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ବି ନିଯୁକ୍ତି କାର୍ଯ୍ୟ ହୋଇପାରୁନି। ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ ସମ୍ପୂର୍ଣ୍ଣ ପଦବୀ ପୂରଣ ପାଇଁ ସରକାର କାର୍ଯ୍ୟ କରିବାକୁ ଗତ ୧୮ ତାରିଖରେ ରାୟ ଦେଇଥିଲେ। କିନ୍ତୁ ୨୦ ଦିନରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ବି ଏଯାଏ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇପାରୁନି। ଶିକ୍ଷାବର୍ଷ ଆରମ୍ଭ ହେବାର ୪ ମାସ ବିତିଗଲାଣି କିନ୍ତୁ ଏବେ ବି ବିନା ଶିକ୍ଷକରେ ବିଦ୍ୟାଳୟ ଚାଲୁଥିବା ଦେଖାଯାଉଛି। ଏପଟେ ଚାକିରୀ ପାଉନାହାନ୍ତି ଆଶାୟୀ ଶିକ୍ଷକ, ସେପଟେ ସ୍କୁଲରେ ଶିକ୍ଷକ ଅଭାବ। ତେଣୁ ମେରିଟଲିଷ୍ଟ କାଏମ ରଖି ସରକାର ପଦକ୍ଷେପ ଯେତେପର୍ଯ୍ୟନ୍ତ ନେବେ ନାହିଁ ସେପର୍ଯ୍ୟନ୍ତ ଏଠି ରାଜରାସ୍ତାରେ ବସି ରହିବାକୁ ଜିଦ ଧରିଛି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..