ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ) ଖୁବଶୀଘ୍ର ଦେଶରେ ବ୍ୟାନ ହେବାକୁ ଯାଉଛି। ଦେଶ ବିରୋଧୀ କାର୍ଯ୍ୟରେ ପିଟିଆଇ ଲିପ୍ତ ଥିବାରୁ ଏହାକୁ ପାକିସ୍ତାନରେ ଅସିଦ୍ଧ ଘୋଷଣା କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲା ତରାର କହିଛନ୍ତି, “ପିଟିଆଇକୁ ବ୍ୟାନ୍ କରିବା ପାଇଁ ଗୋଟିଏ କେସ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ମାମଲା ସୁପ୍ରିମକୋର୍ଟକୁ ଯିବ। ପିଟିଆଇକୁ ଦେଶରେ ବ୍ୟାନ କରିବା ପାଇଁ ସରକାରଙ୍କ ପାଖରେ ପ୍ରମାଣ ରହିଛି। ସରକାର ଏବେ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।” ୨୦୨୩ ମଇ ୯ ତାରିଖ ହିଂସାରେ, ସଦମାନ ପୁଲିସ ଥାନା ପୋଡ଼ିବା, ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି ହୋଇଥିଲା । ଏହି ମାମଲାରେ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ପିଟିଆଇର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହାପରେ, ପାକିସ୍ତାନ ସରକାରଙ୍କ ପକ୍ଷରୁ ପିଟିଆଇକୁ ନିଷିଦ୍ଧ ଘୋଷଣା କରାଯାଇଛି। ଦେଶ ବିରୋଧୀ କାର୍ଯ୍ୟକଳାପରେ ଇମ୍ରାନ୍ ଖାନ୍ ଓ ତାଙ୍କ ଦଳର ଦୁଇ ବରିଷ୍ଠ ନେତାଙ୍କ ସମ୍ପୃକ୍ତି ପ୍ରମାଣିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଦେଶର ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବାର୍ତ୍ତାରେ କୁହାଯାଇଛି। ପାକିସ୍ତାନ ସରକାରଙ୍କ ଏଭଳି ପଦକ୍ଷେପକୁ ଇମ୍ରାନ୍ ଖାନ୍ ତୀବ୍ର ବିରୋଧ କରିଛନ୍ତି। ଆମେରିକା ସଂସଦରେ ପାକିସ୍ତାନ ନିର୍ବାଚନରେ ରିଗିଂ ନେଇ ପ୍ରସ୍ତାବ ଓ ସିଫର ମାମଲା ନିମନ୍ତେ ପିଟିଆଇକୁ ନିଷିଦ୍ଧ କରାଯିବା ପଛରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……