ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ଜିଲ୍ଲା ଧର୍ମଶାଳାର ଡଙ୍କାରୀ,ଚଢେଇଧରା, ଲୁଣିବର ଖଣି ଅଞ୍ଚଳରେ ଆଜି ଚଢାଉ କରିଛି ଖଣି ବିଭାଗର ଏକ ସ୍ୱତନ୍ତ୍ର ଟିମ୍। ବିଧାୟକଙ୍କ ଅଭିଯୋଗ ଅନୁସାରେ- ସଂପୃକ୍ତ ଅଞ୍ଚଳରେ (GFX IN) କେତୋଟି ବେଆଇନ ଖଣି ଚାଲିଛି, ଲିଜ୍ପ୍ରାପ୍ତ ଖଣି ଗୁଡ଼ିକ ନିୟମ ପାଳନ କରିଛନ୍ତି କି ନାହିଁ, କେଉଁମାନେ ଏକ୍ସେସ ମାଇନିଂ କରିଛନ୍ତି, ପରବେଶ ମଞ୍ଜୁରୀ ଅଛି କି ନାହିଁ, ଏସବୁର ଯାଞ୍ଚ କରିଛନ୍ତି ଖଣି ବିଭାଗର ଅଧିକାରୀ ମାନେ। ଏପରିକି ନିଜେ ଅଭିଯୋଗକାରୀ ଧର୍ମଶାଳାର ବିଧାୟକ ହିମାଂଶୁ ସାହୁ ଅଧିକାରୀ ମାନଙ୍କୁ ବୁଲି ବୁଲି ବିବାଦୀୟ ଖଣି ସବୁ ଦେଖାଇଥିଲେ। ଜୁନ୍ ୨୮ ତାରିଖରେ ଖଣି ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଧର୍ମଶାଳା ଅଞ୍ଚଳରେ ଏକାଧିକ ବେଆଇନ ଖଣି ଚାଲିଥିବା କଥା ଉଲ୍ଲେଖ କରିଥିଲେ ବିଧାୟକ। ତାଙ୍କ ଅଭିଯୋଗ ପରେ ଖଣି ନିର୍ଦ୍ଦେଶକ ଏକ କମିଟି ଗଠନ କରିଥିଲେ। ଏହି ଟିମ୍ ଯାଜପୁର ଜିଲ୍ଲାର ବିଭିନ୍ନ ଖଣି ଖାଦାନରେ ଚଢାଉ କରି ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ତଦନ୍ତ ହେବ ବୋଲି କହିଛନ୍ତି ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ।






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..