ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ୨୨ରେ ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସହଯୋଗ ଲୋଡ଼ିବେ ବାଚସ୍ପତି।ବଜେଟ ଅଧିବେଶନ ଜୁଲାଇ ୨୫ ତାରିଖ ଯାଏଁ ଚାଲିବ | ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ। ସେହିପରି ଆସନ୍ତା ୨୩ ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ ହେବ। ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ ଏବଂ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..