ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମଓ)ରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ରୂପାରୋଶନ ସାହୁଙ୍କୁ ହଟାଇ ଦିଆଯାଇଛି । ରୂପାଙ୍କ ବଦଳି ସହ ପୂର୍ବର ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ୍ ଥିବା ସମସ୍ତ ଅଫିସରଙ୍କୁ ସିଏମଓରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଉ ଜଣେ ଅନୁସଚିବ ଓ ୫ ଜଣ ସଚିବାଳୟ ସେବା ଅଫିସରଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପଦରୁ ହଟାଇ ଦିଆଯାଇ କେବଳ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ଟିମ୍ ନବୀନ’ର ପାୱାରଫୁଲ ଅଫିସର ଭାବେ ରୂପା ଓ ତାଙ୍କ ଆଇପିଏସ୍ ସ୍ୱାମୀ ଅନୁପ ସାହୁ ପରିଚିତ ଥିଲେ । ଡିଏସ୍ କୁଟ୍ଟେଙ୍କ ଖାସ୍ ଆଇପିଏସ୍ ଅନୁପ ଏବେବି ଗୁଇନ୍ଦା ବିଭାଗର ଆଇଜି ଅଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ଅତିରିକ୍ତ ସଚିବ ଭାବେ ଆଇଏଏସ୍ ଅନୁପମ ଶାହଙ୍କୁ ନିଯୁକ୍ତି ମିଳିବା ପରେ ସେମାନେ ଗୁରୁବାର ନିଜ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ।
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ IPS ଅଫିସର….
ମେ’ ୧୫ରୁ ୨୦ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ…..