ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ଏକାଧିକ ମୂଲ୍ୟବାନ ଧାତୁ ଓ ଜିନିଷ ଉପରେ ଲାଗୁଥିବା ଟିକସକୁ ବଜେଟରେ ହ୍ରାସ କରାଯାଇଛି। ସେହିପରି ଆଉ କିଛି ଜିନିଷ ଉପରେ ଟିକସ ବୃଦ୍ଧି କରାଯାଇଛି। ବଜେଟ ଘୋଷଣା ପରେ କିଛି ଜିନିଷର ଦାମ କମିଥିବା ବେଳେ ଆଉ କିଛିର ମୂଲ୍ୟ ବୃଦ୍ଧି ପାଇଛି।
ଶସ୍ତା ହୋଇଥିବା ଜିନିଷ: ଏକ୍ସ ରେ ମେସିନ, ୨୫ ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ, ୩ ପ୍ରକାରର କ୍ୟାନସର ମେଡିସନ, ମୋବାଇଲ ଫୋନ, ମୋବାଇଲ ଚାର୍ଜର ଓ ଅନ୍ୟାନ୍ୟ ଉପକରଣ, ରୁପା, ଆମଦାନୀ ହେଉଥିବା ସୁନା, ଚମଡ଼ା ଜାତୀୟ ଜିନିଷ ଓ ସମୁଦ୍ର ଜାତୀୟ ଖାଦ୍ୟ, ସୋଲାର ସେଲ ଓ ପ୍ୟାନେଲ, ଷ୍ଟିଲ ଓ କପର, ଚପଲ ଓ ଜୋତା ଏବଂ ବୁଣା ଜିନିଷ।
ମହଙ୍ଗା ହୋଇଥିବା ଜିନିଷ: ଲ୍ୟାବ କେମିକାଲ୍ସ, ପିଭିସି ଫ୍ଲେକ୍ସ ବ୍ୟାନର, ଆମୋନିୟମ ନାଇଟ୍ରେଟ, ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟ ଓ ଟେଲିକମ ଇକ୍ୟୁପମେଣ୍ଟ, ପାନ ମସଲା, ତମ୍ବାକୁ।






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..