ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାଦୀୟ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକର ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ସିଭିଲ୍ ସର୍ଭିସ ପରୀକ୍ଷାରେ ମନୋନୀତ ହେବା ଲାଗି ବିଭିନ୍ନ ପ୍ରକାର ଜାଲିଆତି କରିଥିବାର ଅଭିଯୋଗ ପୂଜାଙ୍କ ବିରୋଧରେ ହୋଇଛି। ଅଭିଯୋଗ ଆସିବା ପରେ ପୂଜାଙ୍କୁ ତାଙ୍କ ପଦରୁ ହଟାଯିବା ସହିତ ତାଙ୍କ ବିରୋଧରେ ଦିଲ୍ଲୀରେ ଫୌଜଦାରୀ ମାମଲା ରୁଜୁ କରାଯାଇଛି। ଏହା ସହିତ ତାଙ୍କୁ ମସୌରିସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀରେ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଥିଲା। ନିର୍ଦେଶ ଅନୁଯାୟୀ ପୂଜା ଜୁଲାଇ ୨୩ (ମଙ୍ଗଳବାର) ମସୌରି ଏକାଡେମୀରେ ହାଜର ହେବାକୁ ଥିଲା। ମାତ୍ର ପୂଜା ଏକାଡେମୀରେ ହାଜର ହୋଇ ନାହାନ୍ତି। ଫଳରେ ସେ କେଉଁଆଡେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ୟୁପିଏସ୍ସି ପରୀକ୍ଷା ଦେବା ଲାଗି ସେ ତାଙ୍କ ପରିଚୟରେ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ୟୁପିଏସ୍ସି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହା ସହିତ ତାଙ୍କ ଆଇଏଏସ୍ ପ୍ରଶିକ୍ଷଣକୁ ବାତିଲ କରାଯାଇଛି। ତାଙ୍କୁ ଏକାଡେମୀକୁ ଫେରିଆସିବା ଲାଗି କୁହାଯାଇଛି।






More Stories
ଲୌହ ମାନବ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…..
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ଏନଡିଏ…..
ଫେବୃଆରୀ ୧୭ରୁ ସିବିଏସ୍ଇ ପରୀକ୍ଷା…..