Report Card Odisha

| Daily Odia News

ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ, ୪ ଟା ଯାଏଁ ମୁଲତବୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତିନି ଦିନ ପରେ କିଛି ସମୟ ପାଇଁ ବିଧାନସଭା ସ୍ବାଭାବିକ ହୋଇଥିଲା। ପ୍ରଶ୍ନକାଳ ସ୍ବାଭାବିକ ଭାବରେ ଚାଲିଥିବା ବେଳେ ଶୂନ୍ୟ କାଳରେ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି | ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କକୁ ଘେରିଥିଲେ। ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ, ଲୋୟର ସୁକତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଭାବେ ଲୋକାର୍ପଣ କରାଯାଇଥିଲା। ଡିପିଆର ଅନୁଯାୟୀ, ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ। ବର୍ତ୍ତମାନ ବିଧାୟକ ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚିଥିବା କହୁଛନ୍ତି, ତାହା ଠିକ ନୁହେଁ ବୋଲି ଉଭୟ ମନ୍ତ୍ରୀ କହିଥିଲେ।ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଦ୍ଵାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ବୋଲି ସେ ଅଭିଯୋଗ କରିଥିଲେ । ଏହାପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି କହିଥିଲେ ଯେ, ପୋଲାଭରମକୁ ନେଇ ଗୃହ କମିଟି ଗଠନ କରାଯାଉ । ଗୃହ କମିଟି ଗଠନ ଦାବିରେ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା କରିଥିଲେ । ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ବିଧାୟକ ତାରା ବାହିନୀପତି ଟାଣି ଦେଇଥିଲ । ଯାହା ପରେ ଗୃହକୁ ପ୍ରଥମେ ୧୫ ମିନିଟ୍ ଏବଂ ପରେ ୪ଟା ଯାଏ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ରଖିଥିଲେ ।

Breaking News