ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ନାହିଁ କି । ଯଦି ଆଳୁ ମହଜୁଦ ଅଛି ତେବେ କାହିଁକି ଦର ବୃଦ୍ଧି ହେଉଛି । ଏହାର ସ୍ଥିତି ପରଖିବାକୁ ଆଳୁ ଗୋଦାମରେ ପହଞ୍ଚିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ୱର ଆଇଗିଣିଆ ସ୍ଥିତ ଗୋଦାମରେ ପହଞ୍ଚି ତଦାରଖ କରୁଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ବ୍ୟବସାୟୀଙ୍କୁ ଭେଟିବା ଆଲୋଚନା କରିବା ସହ କଳାବଜାରିର ତଦାରଖ କରିଛନ୍ତି ମନ୍ତ୍ରୀ । ଏହାପରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ରୁ ୮ଦିନ ଯାଏଁ ଆଳୁ ମହଜୁଦ ରହିଛି । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ବନ୍ଦ ରହିଥିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି । ତେବେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
କେନ୍ଦ୍ରାପଡାରେ ଫୁଟିଲା ଗୁଳି……
ନୂଆପଡା ମତଗଣନା: ଆଗରେ ବିଜେପି…..