ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଳୁ ଦର ବୃଦ୍ଧି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ରରେ ନବୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କୁ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରିଛନ୍ତି। ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ଲୋକେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ତେଣୁ ସେ ଦୃଷ୍ଟିରୁ କିଭଳି ଆଳୁ ଦର ହ୍ରାସ ପାଇବ ଓ ଓଡିଶାକୁ ଆଳୁ ଆସିପାରିବ, ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁ ମମତାଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ। ଉଭୟ ରାଜ୍ୟ ମଧ୍ୟ ସାଂସ୍କୃତିକ ସମ୍ପର୍କ ଅତି ନିବିଡ଼ ତେଣୁ ସାଧାରଣ ଲୋକେ ଯେଭଳି ଆଳୁ ପାଇଁ ଅସୁବିଧାରେ ନ ପଡନ୍ତି, ସେ ନେଇ ବିଚାର କରିବାକୁ ନବୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।






More Stories
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ…..
ରାହୁଲଙ୍କ ସମେତ ୨୫ କଂଗ୍ରେସ ଏମ୍ପିଙ୍କୁ ଗୁଳି କରିବାକୁ ଧମକ……
୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କୁ ପ୍ରସ୍ତାବ…..