ରିପୋର୍ଟ କାର୍ଡ / ମାଲକାନଗିରି
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଦୟନୀୟ ସ୍ଥିତି। କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ଼ ଧରଣର ଭୂସ୍ଖଳନ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ୧୮ ଟି ଗାଁ ର ବାସିନ୍ଦା। ଘାଟିରେ ତୁମ୍ବା ପଦର ନିକଟରେ ଭୁସ୍କଳନ ହୋଇଥିବା ବେଳେ ଯାତାୟତ ପାଇଁ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଂଚଳ ବାସିନ୍ଦା। କେବଳ ପାଦ ଚାଲ ରାସ୍ତା ଖଣ୍ଡିକ ରହିଛି। ମୋଟର ସାଇକେଲ କିମ୍ବା ଚାରି ଚକିଆ ଯାନ ଯିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ଲୋକେ ବହୁତ ହଇରାଣ ହେଉଥିବା କହିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରାନଗଲେ ଲୋକେ ନାହିଁ ନଥିବା ହଇରାଣ ହେବେ। ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ରାସ୍ତାରେ ଏବେ ବାଧ୍ୟ ହୋଇ ଯିବା ଆସିବା କରୁଛନ୍ତି।





More Stories
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..
୧୩ରେ ରାଜ୍ୟ କ୍ୟାବିନେଟ୍……