Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧୀକାର ଭଙ୍ଗ ନୋଟିସ, ଇତିହାସରେ କଳଙ୍କିତ ଅଧ୍ୟାୟ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସୋମବାର ବିରୋଧୀ କଂଗ୍ରେସ ପକ୍ଷରୁ ଶୂନ୍ୟକାଳରେ ଏହି ନୋଟିସ ଅଣାଯାଇଛି। ମୁଖ୍ୟମନ୍ତ୍ରୀ ଅଗ୍ନିବୀର ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ବାହାରେ ଘୋଷଣା କରି ବିଧାନସଭା ଏବଂ ସମ୍ବିଧାନକୁ ଅପମାନିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହା ପ୍ରତିବାଦରେ ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସି କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଶୂନ୍ୟକାଳରେ କଂଗ୍ରେସ ପକ୍ଷରୁ ସ୍ବାଧୀକାର ଭଙ୍ଗ ନୋଟିସ ଅଣାଯିବା ପରେ ବାଚସ୍ପତି ତାହାକୁ ଗ୍ରହଣ କରିଥିଲେ। ଏହା ପରେ ଗୃହରେ ଆଲୋଚନା ଜାରି ରହିଛି। ଆଲୋଚନା କାଳରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗୃହକୁ ଆସି କ୍ଷମା ମାଗନ୍ତୁ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମର୍ମାହତ କରିଛି ବୋଲି ଗଣେଶ୍ବର ବେହେରା କହିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଗୃହରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା ବୋଲି ତାରା କହିଛନ୍ତି। ଗୃହ ଏବଂ ସମ୍ବିଧାନକୁ ମୁଖ୍ୟମନ୍ତ୍ରୀ ଅପମାନିତ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି।

Breaking News