ରିପୋର୍ଟ କାର୍ଡ / ବାଲେଶ୍ଵର
ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ପରିସ୍ଥିତି। ଆଜି ସକାଳ ୮ ଟା ସୁଦ୍ଧା ବସ୍ତା ବ୍ଲକର ମଥାନି ଠାରେ ନଦୀର ଜଳପତ୍ତନ ୬.୩୦ ମିଟର ରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି। ଗତ ୩ ଦିନ ଧରି ନଦୀର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଏପରି ବନ୍ୟା ପରିସ୍ଥିତି। ଉପରମୁଣ୍ଡ କୁହାଯାଉଥିବା ରାସଗୋବିନ୍ଦପୁର ବ୍ଲକ ଇଲାକାରେ ୧୨୮ ଏମଏମ ମୋରଡ଼ା ବ୍ଲକରେ ୫୩ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏସବୁ ବର୍ଷା ପାଣି ନଦୀକୁ ନିଷ୍କାସିତ ହେଉଥିବାରୁ ଗତକାଲି ରାତିରୁ ନଦୀର ଜଳ ପତ୍ତନ ବଢ଼ିବାକୁ ଲାଡିଥିଲା।ଏବେ ପ୍ରତି ଘଣ୍ଟା କୁ ଗୋଟିଏ ଫୁଟ ଉଚ୍ଚତାରେ ନଦୀର ଜଳପତ୍ତନ ବୃଦ୍ଧି ପାଉଛି ବୋଲି ବାଲେଶ୍ବର ସ୍ଥିତ ବନ୍ୟା ପୂର୍ବାନୁମାନ କେନ୍ଦ୍ର ତରଫରୁ କୁହାଯାଇଛି।





More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..