ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜିଠୁ ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରେ ଆରମ୍ଭ ହେବ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍। କମ୍ବିଂରେ ସାମିଲ ହୋଇଛନ୍ତି ୪୫୦ ସିଆରପିଏଫ୍ ଯବାନ। ୧୨ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଦିନକୁ ଦିନ ଚନ୍ଦକା-ଡମପଡା ଅଭୟାରଣ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ପ୍ରାର୍ଦୁଭାବ ବଢୁଛି। ଏଥିରେ ରୋକ ଲଗାଇବାକୁ ସିଆରପିଏଫ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଯଦି ଏହି ଅଭୟାରଣ୍ୟରେ କାର୍ଯ୍ୟକ୍ରମ ସଫଳ ହେବ , ତେବେ ଆଗାମୀ ଦିନରେ ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ବନ ବିଭାଗ ଚିଠି ଲେଖିବା ନେଇ ସୂଚନା ରହିଛି।






More Stories
ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ…..
ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା…..
ଆରମ୍ଭ ହେବ ଭୋଟର ସର୍ଭେ…..