ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜରାସ୍ତାରେ ପାଣି ବୁଡ଼ିଯିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ବିଶେଷ କରି ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଅଣ୍ଟାଏ ପାଣିରେ ବୁଡି ଯାଆ ଆସ କରୁଛନ୍ତି। ଡ୍ରେନ୍ରେ ପଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ପ୍ରବଳ ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ଘଣ୍ଟାରେ ୧୧୨ ମିଲିମଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ଜୟପୁର ଯିବାକୁ ଥିବା ୮ଟି ବିମାନ ଓ ଲକ୍ଷ୍ନୌ ଯିବାକୁ ଥିବା ୨ଟି ବିମାନକୁ ବାତିଲ କରାଯାଇଥିଲା। ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରରେ ବର୍ଷା ପାଇଁ ରେଡ଼ ଅଲର୍ଟ ଜାରି କରିଛି। ଉପରାଜ୍ୟପାଳ ଭିକେ ସାକ୍ସେନା ସମସ୍ତ ଅଧିକାରୀଙ୍କୁ ସତର୍କ ରହିବା ପରାମର୍ଶ ଦେଇଛନ୍ତି।ସେପଟେ ଆଜି ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ସୂଚନା ମିଳିଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….