ରିପୋର୍ଟ କାର୍ଡ / କଳାହାଣ୍ଡି
ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ହେବ ଅନାସ୍ଥା ଭୋଟ୍। ଆଜି ଦିନ ୧୧ଟା ସମୟରେ ଅନାସ୍ଥା ଭୋଟ ଗ୍ରହଣ କରାଯିବ। ବିଜେପି ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆସିଛି। ଜୁନାଗଡ଼ NACର ମୋଟ୍ କାଉନସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ବିଜେପିର ମାତ୍ର ୨ ଜଣ କାଉନସିଲର ଅଛନ୍ତି। ତେଣୁ ନଗରପାଳ ଭାବେ ସିଧାସଳଖ ନିର୍ବାଚିତ ହୋଇଥିବା ମୁକେଶ ପଦ ହରାଇବାର ଆଶଙ୍କା ବଢ଼ିଛି। ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ କାଉନସିଲରମାନଙ୍କୁ ଅଣଦେଖା କରିବା ସହ ବିଭିନ୍ନ ଅନିୟମିତତା କାର୍ଯ୍ୟ କରୁଥିବା ନେଇ ଅନାସ୍ଥା ପ୍ରସ୍ତାବ ପାଇଁ ଗତ ୧୬ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ଜୁନାଗଡ଼ ଏନଏସି ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ୧୦ ଜଣ କାଉନସିଲର। ପରେ ଜିଲ୍ଲାପାଳ ସେମାନଙ୍କ ଦାବି ଗ୍ରହଣ ସହ ଅଗଷ୍ଟ ୧ ତାରିଖେ ଅନାସ୍ଥା ଭୋଟ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..