ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାଠଯୋଡି ନଦୀ ମଝିରେ ଥିବା ଶୁଖିଲା ବାଲି ଉପରେ ଗୋଟିଏ କୁମ୍ଭୀର ଶୋଇଥିବା ଦେଖିବାକୁ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ତ୍ରିଶୁଳିଆ ବ୍ରିଜ୍ରେଭିଡ୍ ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ଟ୍ରାଫିକ୍ ଜାମ୍ ହୋଇଛି। କମିଶନରେଟ୍ ପୋଲିସ ପହଞ୍ଚି ଭିଡ୍ ନିୟନ୍ତ୍ରଣ କରୁଛି। ଆଜି ଅପରାହ୍ନରେ ତ୍ରିଶୁଳିଆ ବ୍ରିଜ୍ଠାରୁ ଅଳ୍ପ ଦୂରରେ କାଠଯୋଡ଼ିର ନଦୀ ମଝିରେ ଥିବା ଶୁଖିଲା ବାଲି ଉପରେ ଗୋଟିଏ କୁମ୍ଭୀର ଶୋଇଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଧରି କୁମ୍ଭୀରଟି ଶୋଇଛି। ଏହି ଖବର ପ୍ରଚାରିତ ହେବା ପରେ କୁମ୍ଭୀରକୁ ଦେଖିବା ପାଇଁ ବ୍ରିଜ୍ ଉପରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ଯେଉଁଥିପାଇଁ ବ୍ରିଜ୍ ଉପରେ ଅସମ୍ଭାଳ ଟ୍ରାଫିକ୍ ଜାମ ହୋଇଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପାଖରେ ପହଞ୍ଚିଛି। କୁମ୍ଭୀର ଗତିବିଧି ଉପରେ ନଜର ରଖିଛି। ସେପଟେ ପରିସ୍ଥିତି ଏମିତି ହୋଇଥିଲା ଯେ ଲୋକଙ୍କୁ ହଟାଇବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି। ବନ ବିଭାଗର କହିବା ଅନୁସାରେ କାଠଯୋଡ଼ି ମଝିରେ ଥିବା ବାଲି ଉପରେ ଶୋଇଥିବା କମ୍ଭୀରଟି ଘଡ଼ିଆଳ ପ୍ରଜାତିର। ମଣିଷଙ୍କ ପାଇଁ ବିପଦ ନୁହଁନ୍ତି। ମାଛ ଖାଇବା ପରେ କମ୍ଭୀରଟି ଖରାରେ ଶୋଇଛି। ଏହି ପ୍ରଜାତିର ବିରଳ। ଏମାନଙ୍କ ବଂଶ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ସେଥିପାଇଁ ମହାନଦୀରେ କିଛି ଘଡିଆଳ କୁମ୍ଭୀର ଛଡ଼ା ଯାଇଛି। କିନ୍ତୁ ଏହି କୁମ୍ଭୀରଟି ନରାଜରେ ରୁହେ। ବନ୍ୟା ଜଳରେ ସିଏ ପଳାଇ ଆସିଛି। ପରେ ନରାଜକୁ ଫେରିବ ବୋଲି ଆଶା କରାଯାଉଛି। ସେଥିପାଇଁ ତା’ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ବନ ବିଭାଗ କହିଛି।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..