ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବ ଶୀଘ୍ର ରାଜ୍ୟରେ ଲାଗୁ ହୋଇପାରେ ପେଶା ଆଇନ। ସୁପ୍ରିମକୋର୍ଟଙ୍କ ରାୟର ୨୭ ବର୍ଷ ପରେ ରାଜ୍ୟରେ ପେଶା ଆଇନ୍ ଲାଗୁ କରିବାକୁ ଯୋଜନା କରୁଛନ୍ତି ମୋହନ ସରକାର। ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ। କହିଛନ୍ତି, ଆଦିବାସୀଙ୍କ ଅଧିକାର ପାଇଁ ପେଶା ଆଇନ ଆବଶ୍ୟକ। ସବୁ ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟରରେ ଭାଗ କରାଯିବ। ଯେଉଁଠି ବ୍ୟକ୍ତି ଓ ପରିବାରସ୍ତରୀୟ ଅଧିକାର ସୁରକ୍ଷା ପାଇଁ ଯୋଜନା ହେବ। ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି। ଏହା ଗୁରୁତର ବିଷୟ। ତେଣୁ ସଚେତନ ହେବା ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଲ୍ ଆସିବା ନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….