ରିପୋର୍ଟ କାର୍ଡ / କଟକ
ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ୧୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରିରଖିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଟକ ବାରବାଟୀ ଷ୍ଟାଡିୟମରେ ଥିବା କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଟିମ୍ । ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚାଲିଛି ଚଢ଼ଉ। ଭଦ୍ରକର ଆଗରପଡ଼ାରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ବର ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ ଦୋକାନରେ ବି ଚଢ଼ଉ କରୁଛି ଭିଜିଲାନ୍ସ।






More Stories
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
ଯାତ୍ରୀଙ୍କୁ ପିଟିଲେ ପାଇଲଟ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..