ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୋଲିସ ପଦକ ଏବଂ ସାହସିକତା ପୁରସ୍କାର। କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ। ସେମାନଙ୍କ ମଦ୍ୟରୁ ଓଡ଼ିଶାରୁ ୧୩ ଜଣ ରହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦୩୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯିବ। ସେ ହେଉଛନ୍ତି ତେଲେଙ୍ଗାନା ପୋଲିସ ବିଭାଗ ମୁଖ୍ୟ କନଷ୍ଟେବଳ ଚଡୁଭୁ ୟାଦାୟା। ଏହା ବ୍ୟତୀତ ୨୧୩ ଜଣଙ୍କୁ ସାହସିକତା ପଦକ, ୯୪ଜଣଙ୍କୁ ପ୍ରଖ୍ୟାତ ସେବା ପଦକ, ୭୨୯ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପଦକ ପ୍ରଦାନ କରାଯିବ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……