Report Card Odisha

| Daily Odia News

ଅଲଗା ହେବ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ଥିବା ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ ଅଲଗା ହେବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ ଯୁକ୍ତ ୨ ଓ ଯୁକ୍ତ ୩ ଅଲଗା ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି। ୭୮ତମ ସ୍ବାଧୀନତା ଦିବସରେ ମାଲକାନଗିରି ଗସ୍ତ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ଯୁକ୍ତ ୩ ଶିକ୍ଷାରମାନ ବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ। ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇ ନାହିଁ। ଏଥି ପାଇଁ ଆବଶ୍ୟକ ଜାଗା ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ ମୋହନ ସରକାର। ୭୮ତମ ସ୍ଵାଧୀନତା ଦିବସ ମାଲକାନଗିରି ଜିଲ୍ଲାରେ ହର୍ଷୋଲ୍ଲାସର ସହିତ ପାଳିତ ହୋଇ ଯାଇଛି। ଏହି ଅବସରରେ ଦିନ ୯ଟା୧୫ ମିନିଟ୍ ସମୟରେ ମାଲକାନଗିର ଡିଏନକେ ପଡ଼ିଆ ଠାରେ ଓଡ଼ିଶା ସରକାରଙ୍କ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ।

Breaking News