ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ ଜାହାଜକୁ ଛଡ଼ା ନଯିବାକୁ ନିର୍ଦ୍ଦେଶ ହୋଇଛି। ଜର୍ମାନୀର କମ୍ପାନୀ ଏଲବୋଏଲ ଜିଏମବିଏଚ୍ କମ୍ପାନୀ ମାଲିକଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାହାଜ ଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଜର୍ମାନୀ କମ୍ପାନୀ ଆବେଦନ କରିଥିଲେ। ଏହି ଟଙ୍କା ନ ମିଳିବାରୁ ଜାହାଜକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୧୫ ଦିନ ତଳେ ଚାଇନାର ଏକ ଜାହାଜକୁ ମଧ୍ୟ ଏଭଳି ଗିରଫ କରାଯାଇଥିଲା।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……