ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତ କରୁଛି ସିବିଆଇ। ସୋମବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦିପ ଘୋଷଙ୍କୁ ଜେରା ସରିବା ପରେ ଆଜି ସକାଳୁ ପୁଣି କିଛି ମେଡିକାଲ କର୍ମଚାରୀଙ୍କୁ ଜେରା କରାଯାଇଛି। ତାସହ କଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବ୍ରୋଟୋରୀ ବା ସିଏଫଏସଏଲ୍ ର ୫ ଜଣିଆ ଟିମ୍। ମାମଲାରେ କଲକାତା ପୋଲିସ ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ଆଜି ହେବ ପଲିଗ୍ରାଫ୍ ଟେଷ୍ଟ। କଲକାତା ହାଇକୋର୍ଟରୁ ଅନୁମତି ମିଳିବା ପରେ ଏ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଛି। ସେପଟେ ଘଟଣାରେ ଆଜି ନିଜ ଆଡୁ ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..