ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସାକଳୁ ଜମ୍ମୁ କଶ୍ମୀରର ପୁଞ୍ଚ ଓ ବାରାମୁଲା ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, ଆଜି ବାରାମୁଲାରେ ସକାଳ ୬.୪୫ମିନିଟ୍ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବାରାମୁଲା ଠାରୁ ୭୪ କିଲୋମିଟର ଦୂରରେ ଭୂମି ତଳେ ପାଞ୍ଚ କିଲୋମିଟର ଗଭୀରତାରେ ଥିଲା। ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଥିଲା। ଦ୍ୱିତୀୟ ଭୂକମ୍ପ ୬.୫୨ ମିନିଟରେ ହୋଇଥିଲା। ଏହାର କେନ୍ଦ୍ର ମଧ୍ୟ ବାରାମୁଲା ଠାରୁ ୭୪ କିଲୋମିଟର ଦୂରରେ ଥିଲା। ଏହାର ତୀବ୍ରତା ୪.୮ ରେ ରେକର୍ଡ କରାଯାଇଥିଲା। ତେବେ ଦୁଇ ଦୁଇ ଥର ଭୂମିକମ୍ପ ଝଟ୍କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ପୁଞ୍ଚ, ବାରାମୁଲା ସମେତ କୁପୱାଡାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି କାରଣରୁ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ସୂଚନା ମୁତାବକ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..