ରିପୋର୍ଟ କାର୍ଡ / ଭୁବନେଶ୍ୱର
ଝାଡଖଣ୍ଡରେ ତୃତୀୟ ସିମ୍ ବକ୍ସ ଠାବ କରିଛି କମିଶନରେଟ ପୋଲିସ । ସିମ୍ ବକ୍ସ ଜବତ ମାମଲାର ଖୋଳତାଡ କରି ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ରାଞ୍ଚିରେ ପହଞ୍ଚିଛି। ରାଞ୍ଚିର ବିର୍ସାମୁଣ୍ଡା ଷ୍ଟାଡିୟମ ନିକଟରେ ଥିବା ଏକ ଘରେ ସିମ୍ ବକ୍ସ ଠାବ ହୋଇଛି। ଏହି ସମୟରେ ସ୍ଥାନୀୟ ପୋଲିସ ଉପସ୍ଥିତ ରହିଥିଲେ। ସିମ୍ ବକ୍ସ ଠାବ କରିବାରେ ଅଧିକ ଛାନଭିନ କରୁଛି ପୋଲିସ । ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ବର୍ତ୍ତମାନ ସିମ୍ ବକ୍ସ ଠାବ ହୋଇଛି। ଏଠାରେ କିଏ ସିମ୍ ବକ୍ସ ଅପରେଟ କରୁଥିଲା ତାହା ନେଇ ଖୋଳତାଡ କରୁଛି ପୋଲିସ ।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..