Report Card Odisha

| Daily Odia News

ପୁଣି ସାଲିଆସାହିରେ ଦେଶୀ ମଦ ଭାଟି ଠାବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀର ସାଲିଆସାହି ପାଲଟିଛି ଦେଶୀ ମଦ ର ହବ। ଯେତେ ଚଢ଼ାଉ ହେଉଛି ସେତିକି ମଦ ଭାଟି ଠାବ ହେଉଛି। ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସଲିଆସାହି ମୁଣ୍ଡା ସାହିରେ ରେଡ୍ ବେଳେ ଠାବ ହୋଇଛି ପୁଣି ଏକ ଚୋରା ଦେଶୀ ମଦ ଭାଟି। ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ। ଏଥିସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ପିଡ଼ିଆକୁ ମଧ୍ୟ ନଷ୍ଟ କରିଛି ଅବକାରୀ ବିଭାଗ ସ୍କ୍ୱାଡ୍। ଦୁଇ ଦିନ ତଳେ ଆର୍ଥାତ ଶନିବାର ସାଲିଆସାହିର ନୟାଗଡ଼ ସାହି, ମୁଣ୍ଡା ସାହିରେ ଚଢାଉ କରି ୩ଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା କମିଶନରେଟ ପୋଲିସ । ପାଖାପାଖି ସାଢ଼େ ୫ହଜାର ଲିଟର ମଦ ଜବତ କରିବା ସହ ୧୫ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଥିଲା। ଘର ଭିତରେ ସିକ୍ରେଟ ଚାମ୍ବରରେ ମଦ କାରବାର ଚାଲିଥିଲା। ସୂଚନାଯୋଗ୍ୟ, ଚିକିଟି ମଦ ମୃତ୍ୟୁ ଘଟଣାପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବେଆଇନ ମଦ ଭାଟିରେ ଚଢ଼ାଉ କରାଯାଇ ଦେଶୀମଦ ଜବତ କରାଯିବା ସହ ମଦ ମାଫିଆଙ୍କୁ ଗିରଫ କରାଯାଉଛି।

Breaking News