ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକାତା ଆରଜି କର ମେଡିକାଲ୍ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ। କ୍ରାଇମ୍ ସ୍ପଟରେ ଚାଲିଛି ଯାଞ୍ଚ। ଗତକାଲି ରାତିରେ ସିବିଆଇ ଟିମ୍ ଆରଜି କର ମେଡିକାଲର କ୍ରାଇମ ସ୍ପଟ ସେମିନାର ହଲକୁ ଯାଇଥିଲା। ଯେଉଁଠାରେ ଅଭୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏଥିସହ ହସ୍ପିଟାଲ୍ ଏମର୍ଜେନ୍ସୀ ବିଲ୍ଡିଂ, ବୟଜ୍ ହଷ୍ଟେଲ, ପ୍ରିନ୍ସିପାଲ ଅଫିସ୍ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍। ଅଭିଯୋଗ ହୋଇଛି, କୋଲକାତା ପୋଲିସ କ୍ରାଇମ୍ ସ୍ପଟକୁ ପରିବର୍ତ୍ତନ କରିଛି। ସୁପ୍ରିମକୋର୍ଟରେ ଅଭୟାକାଣ୍ଡର ଶୁଣାଣି ବେଳେ ଅପରାଧ ସ୍ଥଳରେ କିଛି ଗଡ଼ବଡ଼ ଥିବା କହିଥିଲା ସିବିଆଇ। ତେବେ ଅଭିଯୋଗକୁ କୋଲକାତା ପୋଲିସ ଖଣ୍ଡନ କରିଥିବା ବେଳେ ଗତକାଲି କ୍ରାଇମ ସ୍ପଟରେ ତନାଘନା କରିଛି ସିବିଆଇ। ଏହାରି ଭିତରେ ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ୨୩ ଦିନ ପୂରିଛି। ତାଙ୍କୁ ନ୍ୟାୟ ଦାବିରେ ସାରା ପଶ୍ଚିମବଙ୍ଗରେ ଆନ୍ଦୋଳନ ଥମିବାର ନାଁ ଧରୁନି। ପ୍ରତିଦିନ ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ପ୍ରତିବାଦ ଓ ବିକ୍ଷୋଭ କରୁଛନ୍ତି। ଗତ ୯ ତାରିଖରେ ଆରିଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର୍ ହଲରେ ଅଭୟାଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି। ସେହିପରି ପୂର୍ବତନ ପ୍ରିନ୍ସିପାଲ ସଂଜୀବ ଘୋଷଙ୍କୁ ସିବିଆଇ ଅଟକ ରଖି ଜେରା ଜାରି ରଖିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……