ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟ ସରକାର ୬ ଜଣ ଓଡିଶା କ୍ୟାଡର ଆଇଏଏସ୍ ଅଫିସରଙ୍କୁ ନୂତନ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଅକ୍ଷୟ ପିଲାଏଙ୍କୁ ବଣାଇ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେହିପରି ପ୍ରହଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼ ଉପଜିଲ୍ଲାପାଳ, ଅରୁଗୁଲା ସ୍ନେହାଙ୍କୁ ପଦମପୁର ଉପଜିଲ୍ଲାପାଳ, ଆକାଭରମ ସାସ୍ୟା ରେଡ୍ଡୀଙ୍କୁ ଜୟପୁର ଉପଜିଲ୍ଲାପାଳ, ସମୀର କୁମାର ଜେନାଙ୍କୁ ତାଳଚେର ଉପଜିଲ୍ଲାପାଳ ଓ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..