ରିପୋର୍ଟ କାର୍ଡ / ଭୁବନେଶ୍ଵର
୨୦୧୭ ମସିହାରେ ରାଜ୍ୟରେ ଶେଷଥର ଲାଗି ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ରାଜ୍ୟରେ ନୂଆ ସରକାର ଗଠନ ପରେ ଏବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ଘୋଷଣା କରିଛନ୍ତି । ବିଜେଡି ପରି ବିଜେପି ସରକାର ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଗାଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ରଖିବା ପାଇଁ ଷଡ଼୍ଯନ୍ତ୍ର ଚଳାଇଛନ୍ତି। ଏହାକୁ ଛାତ୍ର କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ। ଛାତ୍ର ସଂସଦ ନିର୍ବାଚନ ଦାବିରେ ଆସନ୍ତାକାଲି ବିଧାନସଭା ଘେରାଉ କରାଯିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ସୂଚନା ଦେଇଛନ୍ତି।






More Stories
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..
ଚାକିରୀ ଛାଡିଲେ ଭୁବନେଶ୍ୱର ଡିସିପି…..