ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୬ ମାସ ଜେଲରେ ରହିବା ପରେ ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଶୁକ୍ରବାର ସେ ତିହାର ଜେଲରୁ ବାହାରିବା ପରେ ତାଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା। ରାଜଧାନୀରେ ଢୁଢୁ ବର୍ଷା ହେଉଥିଲେ ମଧ୍ୟ ଏହା ଆପ୍ର ନେତା ଓ କର୍ମୀଙ୍କ ଉତ୍ସାହକୁ ଫିକା କରିପାରି ନାହିଁ। ସେମାନେ ଓଦା ହୋଇ ଓ ଛତା ଧରି କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି। କେଜ୍ରିୱାଲ ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇ ବେଶ ଭାବବିହ୍ୱଳ ଭାଷଣ ଦେଇଛନ୍ତି। କେଜ୍ରିୱାଲଙ୍କ ପତ୍ନୀ ସୁନିତା, ମନ୍ତ୍ରୀ ଆତିଶର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ, ମନୀଷ ସିସୋଦିଆ ପ୍ରମୁଖ ତିହାର ଜେଲ ପାଖରେ ଉପସ୍ଥିତ ରହି କେଜ୍ରିୱାଲଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଉପସ୍ଥିତ ଲୋକଙ୍କୁ କେଜ୍ରିୱାଲ ଖୋଲା ଗାଡ଼ି ଉପରେ ଛିଡ଼ା ହୋଇ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, “ବର୍ଷା ହେଉଥିଲେ ମଧ୍ୟ ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସିଛନ୍ତି। ଏଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ। ମୁଁ ମୋ ଜୀବନରେ ଅନେକ ସଂଘର୍ଷ କରିଛି। ଅନେକ କଷ୍ଟ ସହିଛି। କିନ୍ତୁ ଭଗବାନ ମୋ ସହ ରହିଛନ୍ତି। କାରଣ ମୁଁ ସବୁବେଳେ ସତ୍ୟର ପଥରେ ଚାଲିଥାଏ। ମୁଁ ଠିକ ଥିଲି ଓ ଏଥିପାଇଁ ଭଗବାନ ମୋତେ ସାହା ହୋଇଛନ୍ତି। ସେମାନେ ମୋତେ ଜେଲରେ ଭର୍ତ୍ତି କରିଥିଲେ। ସେମାନେ ମୋତେ ଦୁର୍ବଳ କରି ଦେବେ ବୋଲି ଭାବିଥିଲେ। କିନ୍ତୁ ମୋ ସାହାସ ବଳରେ ମୋ ଇଚ୍ଛାଶକ୍ତି ଏବେ ୧୦୦ ଗୁଣା ଅଧିକ ସଶକ୍ତ ହୋଇଯାଇଛି।”
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….