Report Card Odisha

| Daily Odia News

ଭୁବନେଶ୍ୱରରେ ବେପରୁଆ ଗାଡି ଚଳାନା ଘଟଣାରେ ୫ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଗାଡି ଚଳାଇବା ଘଟଣାରେ  କମିଶନରେଟ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏହାସହ ୨ଟି ଗାଡିକୁ ମଧ୍ୟ ପୋଲିସ ଜବତ କରିଛି । ଏମାନେ ରୂପାଲି ଛକ ନିକଟରେ ଟ୍ରାଫିକ୍‌ ନିୟମ ଭାଙ୍ଗିଥିଲେ । ୪ଟି କାର୍‌ ବେପରୁଆ ଭାବେ ଗାଡି ଚଳାଇ ଆତଙ୍କ ଖେଳାଇଥିଲେ । ଗୋଟିଏ କାର୍‌ ଫୁଟ୍‌ପାଥ୍‌କୁ ମାଡିଯାଇ ଚାଲୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକି ଆତଙ୍କ ଖେଳାଇବା ଭଳି ଦୃଶ୍ୟ | ସାଧାରଣ ପଥଚାରୀ ଦେଖି ଭୟବିତ୍ତ ହେବା ଭଳି ଘଟଣା | ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ କେହି ଉକ୍ତ ଦୃଶ୍ୟକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ରେକର୍ଡ କରାଯାଇଥିଲା । ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା କମିଶନରେଟ ପୋଲିସ ଦୃଷ୍ଟି ଆକର୍ଷଣ କରି ତତ୍‌ପର ହୋଇଥିଲା। ଘଟଣାର ଖୋଳତାଡ଼ କରି ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଥିବା ସୂଚନା ମିଳିଛି |

Breaking News